ମୋ ବିଚ୍ ଅଭିଯାନ ପାଇଁ କରାଯାଇଛି ଏକ ବିଶାଳ ମାନବଶୃଙ୍ଖଳ କାର୍ଯ୍ୟକ୍ରମ । ଆଜି ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଅବସରରେ ଏନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପୁରୀ ଜିଲ୍ଲାର ପ୍ରାୟ ୧୦୦ କିଲୋମିଟର ବ୍ୟାପି ବେଳାଭୂମୀରେ ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାର ଲୋକ । ସକାଳ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ବେଳାଭୂମୀ ସଫେଇ କରାଯାଇଥିଲା । ଅଂଶଗ୍ରହଣକାରୀ ପ୍ରଥମେ ବେଳାଭୂମୀରେ ନିଜ ନାମ ଲେଖି ସୁରକ୍ଷା ପାଇଁ ସପଥ ନେଇଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଓଲିଉଡ ଓ ବଲିଡଉ କଳାକାରମାନେ ମଧ୍ୟ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here