କାବୁଲ ଏୟାରପୋର୍ଟ ଉପରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା । ଯେକୌଣସି ମୁହୂର୍ତ୍ତରେ ଏଭଳି ଆକ୍ରମଣ ହେବାର ସମ୍ଭାବନା ଥିବାରୁ କାବୁଲ ଏୟାରପୋର୍ଟ ଛାଡି ନିରାପଦ ସ୍ଥାନକୁ ଚାଲିଯିବାକୁ ଆମେରିକା ଓ ମିତ୍ରରାଷ୍ଟ୍ରମାନେ ଆଫଗାନସ୍ଥିତ ନିଜ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଗଷ୍ଟ 15ରେ ତାଲିବାନଙ୍କ ଆଫଗାନିସ୍ଥାନ ଦଖଲ ପରଠାରୁ ଏପର୍ଯ୍ୟନ୍ତ କାବୁଲରୁ 90 ହଜାର ଆଫଗାନ ଓ ବିଦେଶୀ ନାଗରିକ ଦେଶ ଛାଡି ଯାଇସାରିଲେଣି । ତଥାପି ହଜାର ହଜାର ବିଦେଶୀ ନାଗରିକ ଓ ଆଫଗାନ ନାଗରିକ ଏବେ ବି ଦେଶ ଛାଡିଯିବା ପାଇଁ କାବୁଲ ଏୟାରପୋର୍ଟରେ ଭିଡ ଜମାଉଛନ୍ତି । ତେବେ କାବୁଲ ଏୟାରପୋର୍ଟ ଅଞ୍ଚଳରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବାରୁ ଏୟାରପୋର୍ଟ ଅଞ୍ଚଳ ଖାଲିକରି ନିପାଦ ସ୍ଥାନକୁ ଚାଲି ଯିବାକୁ ଆମେରିକା ଓ ବ୍ରିଟେନ ଆଫଗାନିସ୍ଥାନ ସ୍ଥିତ ସେମାନଙ୍କ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ।

ଅଷ୍ଟ୍ରେଲିଆ ମଧ୍ୟ ସେମାନଙ୍କ ଦେଶର ନାଗରିକଙ୍କ ପାଇଁ ସମାନ ପ୍ରକାରର ପରାମର୍ଶ ଜାରି କରିଛି । ଇସଲାମିକ ଷ୍ଟେଟ ଗ୍ରୁପର ରିଜିଓନାଲ ଚାପ୍ଟର ପକ୍ଷରୁ ଏଭଳି ଆକ୍ରମଣ ହୋଇପାରେ ବୋଲି କୁହାଯାଇଛି । ଯଦିଓ ଆଇଏସ ଓ ତାଲିବାନ ଉଭୟ କଠୋର ସୁନ୍ନି ଆତଙ୍କବାଦୀ, ମାତ୍ର ଉଭୟ ପରସ୍ପରର ପ୍ରତିଦ୍ବନ୍ଦୀ । 1996 ରୁ 2001 ଆଫଗାନିସ୍ତାନରେ ତାଲିବାନ ଶାସନ ବେଳେ ତାଲିବାନମାନେ ଯେଭଳି ରୁକ୍ଷ, କ୍ରୁର ଓ ବର୍ବର ଶାସନ କରୁଥିଲେ, ଏବେ ସେଭଳି ହେବ ନାହିଁ ବୋଲି ତାଲିବାନଙ୍କ ଘୋଷଣା ପରେ କାବୁଲ ଉପରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ବଢି ଯାଇଛି ।

LEAVE A REPLY

Please enter your comment!
Please enter your name here