ସାମ୍ବାଦିକଙ୍କୁ କଥା ଦେଇ କଥା ରଖିଲେ ସରକାର । ସାମ୍ବାଦିକଙ୍କର ମୃତ୍ୟୁ ହେଲେ ୪ ଲକ୍ଷ ଏବଂ ପିଲାଙ୍କୁ ମିଳିବ ପଢା ଖର୍ଚ୍ଚ । ଗୃହ ଋଣ ସହ ସରକାର ଦେବେ ୪ ଲକ୍ଷ । କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁ ଘୋଷଣା କଲେ ସରକାରୀ ସହାୟତା । ଏଥିପାଇଁ ଓଡିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ ୨୦୦୬ର ସଂଶୋଧନ କରାଯାଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଗ୍ୟପ୍ତି ଜାରି ହୋଇଛି । ବିଗ୍ୟପ୍ତି ଅନୁସାରେ, କାର୍ଯ୍ୟରତ ସାମ୍ବାଦିକଙ୍କର ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଜଟିଳ ରୋଗରେ ପିଡୀତ ହେଲେ ଗୁଣାତ୍ମକ ଚିକିତ୍ସା ସେବା ପାଇଁ ଅଧିକ ପାଣ୍ଠି ଆବଶ୍ୟକ ହେଲେ ସରକାର ଯୋଗାଇଦେବେ । ସାମ୍ବାଦିକଙ୍କ ୨ ଲକ୍ଷ ଟଙ୍କାର ବିମା ରାଶିକୁ ଛାଡି ଅତିରିକ୍ତ ଭାବେ ଏହି ସହାୟତା ଯୋଗାଇବେ ସରକାର । ଏଥିରେ ସରକାର କିଡନୀ , ହୃଦରୋଗ , କ୍ୟାନସର ଭଳି ଗୁରୁତର ଆକ୍ରାନ୍ତ ହେଲେ ଏହି ଅତିରିକ୍ତ ରାଶି ମିଳିବ । ତେବେ ଏଥିପାଇଁ ଡିଏମିଟି ଅନୁମତି ଆବଶ୍ୟକ । ସେହିଭଳି ସାମ୍ବାଦିକ ଗୃହ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧରେ ୩ ପ୍ରତିଶତ ରିହାତି ମିଳିବ । ଯଦି ନିୟମିତ ଭାବେ ସେ ନିଜ କିସ୍ତି ପୈଠ କରୁଥିବେ ତେବେ ଏହି ସୁଯୋଗ ତାଙ୍କୁ ମିଳିବ । ଅର୍ଥାତ୍ ଗୋଟିଏ ବର୍ଷର ଯେତିକି ସୁଧ ବ୍ୟାଙ୍କକୁ ପୈଠ କରିଥିବେ । ତାର ୩ ପ୍ରତିଶତ ସୁଧ ସରକାର ଦେବେ । ସେହିଭଳି ଦୁଇ ଚକିଆ ଗାଡି କିଣିବାକୁ ସର୍ବାଧିକ ୫୦ ହଜାର ଟଙ୍କା ଓ ୪ ଚକିଆ କିଣିବାକୁ ୪ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ । ଋଣର ଏଠି ମଧ୍ୟ ନିୟମିତ ଭାବେ କିସ୍ତି ପୈଠ କଲେ ଅର୍ଥାତ୍ ଗୋଟିଏ ବର୍ଷରେ ଯେତିକି ସୁଧ ବ୍ୟାଙ୍କକୁ ପୈଠ କରିଥିବେ । ତାର ୩ ପ୍ରତିଶତ ସୁଧ ସରକାର ଦେବେ । କେବଳ ସେତିକି ନୁହେଁ, କାର୍ଯ୍ୟରତ ସାମ୍ବାଦିକ ଯଦି ଦୁର୍ଘଟଣା , ରୋଗ କିମ୍ବା ଓ ଅନ୍ୟ କାରଣ ପାଇଁ ସବୁଦିନ ପାଇଁ ଅଖ୍ୟମ ହୋଇଗଲେ ତାଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବେ ସରକାର । ତେବେ ସାମ୍ବାଦିକଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଆଇଏମସିରେ ତାଲିମ ଦେବା ସହ ୫ ବର୍ଷର ଅଭିଗ୍ୟତା ଥିବା ସାମ୍ବାଦିକଙ୍କ ତାଲିମ ପାଇଁ ଜଣଙ୍କ ପିଛା ୧୦ ହଜାର ଟଙ୍କା ଖର୍ଚ୍ଚଭାର ବହନ କରିବେ ସରକାର । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପୁଅ ଝିଅଙ୍କ ପାଠ ପଢା ପାଇଁ ସହାୟତା କରିବା ସହ ମ୍ୟାଟ୍ରିକ ପର୍ଯ୍ୟନ୍ତ ମାସିକ ୧୫ ଶହ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ୨୫ ଶହ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ସରକାର ।