ଲକ୍ ଡାଉନ୍ କଟକଣା ଭିତରେ ବାହାଘର I ସେ ପୁଣି ରେଡ୍ ଜୋନ୍ ଝିଅ ସାଙ୍ଗେ ଗ୍ରୀନ୍ ଜୋନ୍ ପୁଅର ବାହାଘର I ବାହାଘର ପାଇଁ ରେଡ ଜୋନ ଘୋଷିତ ଯାଜପୁର ଜିଲ୍ଲାର ବରୀ ଅଂଚଳର ଝିଅକୁ ନେଇ କନ୍ୟାଯାତ୍ରୀ ପହଞ୍ଚିଥିଲେ କଟକ ଜିଲ୍ଲା ଗୋକନ ପଂଚାୟତ ଆଳୁନଟା ଗାଁରେ I ବଡ ଧୂମଧାମରେ ଆୟୋଜିତ ହୋଇଥିଲା ବାହାଘର I ତେବେ ଲକଡାଉନ କଟକଣା ଭିତରେ ରେଡ୍ ଜୋନର କନ୍ୟାଯାତ୍ରୀଙ୍କୁ ଗ୍ରୀନଜୋନରେ ପ୍ରବେଶ କରାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏହି ବାହାଘର ପଛରେ ଜଣେ ବ୍ଲକ ଅଧ୍ୟକ୍ଷଙ୍କ ପ୍ରଭାବ ରହିଥିବା କୁହାଯାଉଛି I

LEAVE A REPLY

Please enter your comment!
Please enter your name here