ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଅଛନ୍ତି ଆଉ ଜଣେ ଓଡିଆ ପୁଅ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶୀପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାଶଙ୍କର ପୁଅ ନାଗାର୍ଜୁନ ଦାଶଙ୍କର କୌଣସି ପତ୍ତା ମିଳୁନି । କେନ ଡ୍ରାଇଭର ଭାବରେ ସେ କାମ କରୁଥିଲେ । ରବିବାର ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଏହାକୁ ନେଇ ପରିବାର ଲୋକ ଏବେ ଚିନ୍ତାରେ । ପରିବାର ଲୋକ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ।
ଅନ୍ୟପଟେ ଏବେବି ମାଟିତଳୁ ଚାଲିଛି ଜୀବନ ଖୋଜା । ଲଗାତାର ତୃତୀୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

LEAVE A REPLY

Please enter your comment!
Please enter your name here