ନିର୍ବାଚନ ପୂର୍ବରୁ ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ପୁଣି ଗୁଳି ବର୍ଷା ହୋଇଛି. ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ 4 ନକ୍ସଲ ନିହତ ହୋଇଥିବା ପ୍ରକାଶ ପାଇଛି. ସୁକମା ବିଜପୁର ସୀମା ନିକଟରେ ଏହି ଗୁଳି ବିନିମୟ ହୋଇଥିବା ଖବର ମିଳିଛି. ସୁରକ୍ଷାକର୍ମୀମାନେ 4 ନକ୍ସଲଙ୍କ ମୃତ ଦେହ ଠାବ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଇନସାସ, 2ଟି ଥ୍ରି ନଟ୍ ଥ୍ରି ରାଇଫଲ ଜବତ କରାଯାଇଛି. ଅନ୍ୟପଟେ ଏବେ ମଧ୍ୟ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here