ପୁଣି ବୁହା ହେଲେ ପ୍ରସୂତି | ଗାଁକୁ ଭଲ ରାସ୍ତା ନଥିବା ନେଇ ଆସିପାରିଲା ନାହିଁ ଆମ୍ବୁଲାନ୍ସ | ପରିବାର ଲୋକେ ଓ ଆଶା ଦିଦି ପ୍ରସୂତୀଙ୍କୁ ମଟର ସାଇକେଲ, କିଛି ବାଟ ଚାଲି ଚାଲି ଓ କିଛି ବାଟ ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଛି | ମାଲକାନଗିରି ଜିଲ୍ଲା କୁଡୁମୂଲୁଗୁମ୍ମା ପଞ୍ଚାୟତର ନଙ୍ଗଳଗୁଡା ଗ୍ରାମର ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ | ନଙ୍ଗଳଗୁଡା ଗ୍ରାମର ହାତୀ ମାଡିଙ୍କ ସ୍ତ୍ରୀ ଚନ୍ଦ୍ରମା ମାଡି ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ଓ ଆଶା ଦିଦି ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ | ମାତ୍ର ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖରାପ ହୋଇଥିବା ଯୋଗୁଁ ଆମ୍ବୁଲାନ୍ସ ଆସି ପାରିନଥିଲା । ଫଳରେ ପରିବାର ଲୋକେ ଓ ଆଶା ଦିଦି କିଛି ଦୂର ତାଙ୍କୁ ମଟର ସାଇକେଲରେ, କିଛି ବାଟ ଚାଲି ଚାଲି ଓ କିଛି ବାଟ ବୋହି ନେବା ପରେ ଅଟୋ ସାହାଯ୍ୟ ମେଡିକାଲ ନେଇଥିଲେ । ସୂଚାନଯୋଗ୍ୟ, ଦୀର୍ଘ ଦିନ ହେବ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି | ରାସ୍ତା ମରାମତି ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ |

LEAVE A REPLY

Please enter your comment!
Please enter your name here