କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ 17 ଜଣ କୋଭିଡ୍ ପଜିଟିଭ୍ । ଅନ୍ୟ ରାଜ୍ୟରୁ ଏହି ଘରୋଇ ଶିକ୍ଷାନୁଷ୍ଠାନକୁ ଯିବା ଆସିବା ରହିଥିବାରୁ କୋଭିଡ ପଜିଟିଭ୍ ଭିତରେ ନୂଆ ଷ୍ଟ୍ରେନ୍ ଥିବା ଆଶଙ୍କା କରାଯାଉଛି । 17 ଜଣ କର୍ମଚାରୀଙ୍କ ଭିତରୁ 9 ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଛି । କଟକ ଏସସିବି ମାଇକ୍ରୋ ବାୟୋଲୋଜି ବିଭାଗ ପକ୍ଷରୁ ସଂଗୃହିତ ସାମ୍ପଲ ପରୀକ୍ଷା ପାଇଁ ଭୁବନେଶ୍ବର ଆରଏମଆରସିକୁ ପଠାଯିବ । ପୁଣି କୋଭିଡ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂଆ ଷ୍ଟ୍ରେନ ନେଇ ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । କିଛିଦିନ ବ୍ୟବଧାନରେ ପୁଣି ରାଜ୍ୟରେ ଗତ ଦୁଇଦିନ ଧରି ଲଗାତର ଭାବେ ଶହେରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସେହିପରି ସମଗ୍ର ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି 6ଟି ରାଜ୍ୟରେ ଏହି ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ତାମିଲନାଡୁରେ ସଂକ୍ରମଣର ପ୍ରଭାବ ବଢିଛି । ଗୋଟିଏ ଦିନରେ ସମଗ୍ର ଦେଶରେ ଚାଳିଶ ହଜାର ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here