ଦିନକୁ ଦିନ ବଢିଚାଲିଛି ନାବାଳିକା ଦୁଷ୍କର୍ମ. ଏ ନେଇ ଦୋଷୀକୁ କଠୋର ଦଣ୍ଡ ମିଳୁ ନ ଥିବା ବେଳେ ଏହି ଅତ୍ୟାଚାର ଥମିବାର ନା ନେଉନାହିଁ. କନ୍ଧମାଳ ଜିଲ୍ଲା ବାଲିଗୁଡା ତୁମୁଡିବନ୍ଧ ବ୍ଲକରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି. ସୂଚନା ଅନୁସାରେ, ବାଲିଗୁଡା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଜଣେ 7ମ ଶ୍ରେଣୀ ଛାତ୍ରୀକୁ ଜଣେ ଯୁବକ ଦୁଷ୍କର୍ମ କରି ଫେରାର ହୋଇଯାଇଛି. ପରେ ନାବାଳିକା ଜଣକ ଏ ବିଷୟରେ ନିଜ ଘରେ କହିବା ପରେ ପରିବାର ଲୋକେ ବେଲଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି. ଅନ୍ୟପଟେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ମଧ୍ୟ ଜଣେ ଯୁବକ 5 ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି. ନାବଳିକା ଜଣକ ଖେଳୁଥିବା ସମୟରେ ଜଣେ ଯୁବକ ତାକୁ ଚକଲେଟର ପ୍ରଲୋଭନ ଦେଖାଇ ଏକ ଅର୍ଦ୍ଧ ନିର୍ମିତ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା. ଘରଲୋକ ଖୋଜାଖୋଜି ପରେ ଅଭିଯୁକ୍ତ ସହ ନାବାଳିକାକୁ ଉକ୍ତ ଘରୁ ପାଇଥିଲେ. ପରେ ବନ୍ତଳା ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା ଆରମ୍ଭ କରିଛି.