ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ । ହେଲେ ଏବେବି ସେ ଭୁବନେଶ୍ୱର ଏମ୍ସରେ ଚିକତ୍ସିତ ହେଉଛନ୍ତି । ଆଜି ସେ ନିଜେ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ପ୍ରଦୀପ୍ତ ଲେଖିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା’ ମାଣିକେଶ୍ୱରୀଙ୍କ ଅପରା କୃପାରୁ ସେ ସୁସ୍ଥ ହେଉଛନ୍ତି । ତାଙ୍କ ପାଇଁ ଭଗବାନଙ୍କ ପାଖରେ ଦୀପଜାଳି ପୂଜାର୍ଚ୍ଚନା କରିଥିବା ଏବଂ ତାଙ୍କୁ ଭଲ ପାଉଥିବା ଲୋକଙ୍କ ପ୍ରାର୍ଥନା ଯୋଗୁଁ ସେ ସୁସ୍ଥ ହେଉଛନ୍ତି । ଏଥିପାଇଁ ସମସ୍ତ ଶୁଭେଚ୍ଛୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଭଲ ହୋଇ ଲୋକଙ୍କ ସହ ମିଶିବେ ବୋଲି ଲେଖିଛନ୍ତି ଭବାନୀପାଟଣାର ଏହି ବିଧାୟକ ।

LEAVE A REPLY

Please enter your comment!
Please enter your name here