କାବୁଲରୁ ସୁରକ୍ଷିତ ଭାବେ ଫେରିଛନ୍ତି ଆଉ 120 ଜଣ ଭାରତୀୟ ।

କାବୁଲସ୍ଥିତ ଭାରତୀୟ ଦୂତାବାସର କର୍ମଚାରୀ ଓ ଆଉକିଛି ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନାର ସି-17 ଏୟାରକ୍ରାଫ୍ଟ କାବୁଲସ୍ଥିତ ଏୟାରପୋର୍ଟରେ ପହଞ୍ଚିଥିଲା । ମାତ୍ର ତାଲିବାନଙ୍କ ସହ କଥାବାର୍ତ୍ତା କରି ଦୂତାବାସରୁ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିବା ଏତେଟା ସହଜ ନଥିଲା ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟ୍ର ଏସ. ଜୟଶଙ୍କର । କାବୁଲସ୍ଥିତ ଭାରତୀୟ ଦୂତାବାସ ଆଗରେ ସଶସ୍ତ୍ର ତାଲିବାନ ପଇଁତରା ମାରୁଥିଲେ । ବାୟୁସେନା ବିମାନ ପହଞ୍ଚିବା ପରେ ଯାଇଥିବା ଅଧିକାରୀଙ୍କୁ ଗ୍ରୀନଜୋନ୍ ଅତିକ୍ରମ ନ କରିବାକୁ ତାଲିବାନୀ ସେନା ନିର୍ଦ୍ଦେଶ ଦେଇଥିଲେ । ତେଣୁ ଭାରତୀୟ ଅଫିସର ତାଲିବାନ ସହ ଯୋଗଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୂତାବାସ ନିକଟର ଏୟାରପୋର୍ଟ ପର୍ଯ୍ୟନ୍ତ ଏସକର୍ଟ କରିବା ପାଇଁ ଅନୁରୋଧ କରାଯାଇଥିଲା । ଭାରତୀୟ ଅଧିକାରୀଙ୍କ କହିବା ଅନୁଯାୟୀ ତାଲିବାନୀ ସେନା ଦୂତାବାସରୁ ଏୟାରପୋର୍ଟ ଯାଏଁ ଏସକର୍ଟ କରିଥିଲେ ଏବଂ ପାଞ୍ଚ କିଲୋମିଟର ବ୍ୟାପୀ ରାସ୍ତା ଭାରତୀୟ ନାଗରିକ ଭୟ ଓ ଶଙ୍କାଗ୍ରସ୍ତ ଥିଲେ । ଥିବେ ତାଲିବାନୀ ଏସକର୍ଟ ଭିତରେ ସେମାନେ ଏୟାରପୋର୍ଟରେ ପହଞ୍ଚିବା ସହ ନିରାପଦରେ ଭାରତ ଫେରିବାକୁ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here