ବିଳମ୍ବ ହେଉ ପଛେ ରୁଜୁ ହୋଇଛି ମାମଲା । ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆ ଟୁଇଷ୍ଟ । ଏହି ମାମଲାରେ ପ୍ରେମିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ସୌମ୍ୟ ତାଙ୍କ ସୁଇସାଇଡ ନୋଟରେ ସୋନାଲୀଙ୍କୁ ଦାୟୀ କରିଥିଲେ । ସୌମ୍ୟଙ୍କ ପରିବାର ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପରିବାର ହାଇକୋର୍ଟ ଯାଇଥିଲେ । ଦଫା ୩୦୬, ୩୪ ଆଇପିସିରେ ମାମଲା ରୁଜୁ ହୋଇଛି । ଜାନୁଆରୀ ୩୦ରେ ସୁଇସାଇଡ କରିଥିଲେ ମଡେଲ ସୌମ୍ୟ ରଞ୍ଜନ । ସୌମ୍ୟ ତାଙ୍କ ହାତ ଲେଖା ଚିଠିରେ ସିଧାସଳଖ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ସେ ଲେଖିଥିଲେ ମୋ ମୃତ୍ୟୁ ପାଇଁ ସୋନାଲି ଦାୟୀ । ତଦନ୍ତ ଠିକ୍ ଭାବେ କରାଯାଉ । ପରେ ସୌମ୍ୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସୋନାଲିଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଲାନି ପୋଲିସ । ଅନେକ ଅଡିଓ ଏବଂ ଭିଡିଓ ସାମ୍ନାକୁ ଆସିଥିଲେ ମଧ୍ୟ ଚୁପ୍ ରହିଥିଲା ପୋଲିସ । ଶେଷରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୌମ୍ୟଙ୍କ ପରିବାର ଲୋକେ ।

LEAVE A REPLY

Please enter your comment!
Please enter your name here