ସ୍କୁଲ ଖୋଲିବା ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା କି ନାହିଁ , ରାଜ୍ୟ ସରକାର ସ୍ଥିର କରିବେ । ସାମାଜିକ ଦୂରତ୍ୱ ଜାଗାରେ ଶାରୀରିକ ଦୂରତ୍ୱ ଶଦ୍ଦ ବ୍ୟବହାର ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଶାରୀରିକ ଦୂରତ୍ୱ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ । ସ୍କୁଲରେ କ୍ରୀଡା ଉତ୍ସବ,ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ ସ୍ଥିର କରିବ । ବହୁବିଧ ରୋଗାକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । କଣ୍ଟେନମେଣ୍ଟ ଜୋନରେ ରହୁଥିବା ସ୍କୁଲ ବସ୍ ଡ୍ରାଇଭରଙ୍କୁ ଆସିବା ମନା । ଏବେ ୧୧ଟି ରାଜ୍ୟରେ ପୂର୍ଣ୍ଣ କ୍ଷମତାରେ ସ୍କୁଲ ଖୋଲିଛି । ୧୬ଟି ରାଜ୍ୟରେ କେବଳ ବଡ କ୍ଲାସ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ବାକି ୯ଟି ରାଜ୍ୟରେ ସ୍କୁଲ ଆଦୌ ଖୋଲାଯାଇନାହିଁ । ଟିକାକରଣ ତ୍ୱରାନିତ ସହ କୋଭିଡ ଗାଇଡଲାଇନ ମାନି ସ୍କୁଲ ଖୋଲାଯାଇ ପାରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ କହିଛି ।

LEAVE A REPLY

Please enter your comment!
Please enter your name here