ଢେଙ୍କାନାଳ ଜିଲ୍ଲା ସଗର ଥାନା ଦୁଧୁକାଟେଣୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା. ଗତ କିଛି ଦିନ ଧରି ଆତଙ୍କ ରଚାଇଥିବା ହାତୀ ପଲଙ୍କ ଆକ୍ରମଣରେ ଶୋରିଶିଆପଦା ରାମେଇ ଗାଁର ଦୁଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି. ସୂଚନା ଅନୁସାରେ, ଗତକାଲି ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ ପତିପତ୍ନୀ. ମାତ୍ର ବାଇକ ଯୋଗେ ଫେରିବା ସମୟରେ ହାତୀପଲଙ୍କ ହାବୁଡରେ ପଡିଯାଇଥିଲେ ଉଭୟ ପତିପତ୍ନି. ହାତୀକବଳରୁ ବଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବଞ୍ଚିପାରିନଥିଲେ. ପରେ ଏହି ଖବର ପାଇବା ପରେ ତାଙ୍କୁ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ମୃତକ ପତିପତ୍ନି ହେଉଛନ୍ତି ଡମ୍ବରୁଧର ପ୍ରଧାନ ଓ ସୁକାନ୍ତି ପ୍ରଧାନ. ଘଟଣାସ୍ଥଳରେ ସଦର ରେଞ୍ଜର ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here