Coronavirus covid-19 infected patient's hand closeup

ରାଜ୍ୟର ସମସ୍ତ ଜିଲ୍ଲାରୁ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୮୧୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୮୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୫୨୪ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ । ବରଗଡ-୩୯୬, କଟକ-୩୨୨, ଯାଜପୁର-୨୫୨, ଝାରସୁଗୁଡା-୧୯୨, ମୟୂରଭଞ୍ଜ-୧୪୨, ବାଲେଶ୍ୱର-୧୨୦, ପୁରୀ-୧୧୭, ଗଞ୍ଜାମ-୧୦୮, ଭଦ୍ରକ-୧୦୭, ସୁବର୍ଣ୍ଣପୁର-୧୦୬, କେନ୍ଦ୍ରାପଡା-୧୦୩, ରାୟଗଡା-୧୦୧, ନୂଆପଡା-୯୩, କେନ୍ଦୁଝର ଓ କୋରାପୁଟରୁ ୮୪ ଲେଖାଏଁ , ସମ୍ବଲପୁରରୁ ୮୩ ପଜିଟିଭ୍ ଚିହ୍ନଟ । ନବରଙ୍ଗପୁର-୭୮, ଅନୁଗୁଳ-୬୩, ଜଗତସିଂହପୁରରୁ ୬୭, ନୟାଗଡ-୬୨, କଳାହାଣ୍ଡି-୫୭, ଢେଙ୍କାନାଳ-୫୧, କନ୍ଧମାଳ-୪୫, ବଲାଙ୍ଗୀର-୪୩, ମାଲକାନଗିରି-୩୭, ସୁନ୍ଦରଗଡ-୩୪, ବୌଦ୍ଧ-୨୯, ଗଜପତି-୨୦, ଦେବଗଡରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି କରୋନାରେ ୮ ଜଣଙ୍କ ଜୀବନ ଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା , କୋରାପୁଟ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪୬କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here