ବିଜେପୁର ବିଧାନସଭା ଆସନ ପାଇଁ ଗତକାଲି ବିଳମ୍ବିତ ରାତିରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି. ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁର ଆସନ ପାଇଁ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ସନତ ଗଡତିଆଙ୍କୁ ଟିକଟ ଦେଇଛି ବିଜେପି. ଗତବର୍ଷ ଗଡତିଆ ବିଜେଡି ଛାଡି ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ଏବଂ 2008 ମସିହାରେ ବିଜେଡିରେ ଯୋଗ ଦେବା ପାଇଁ ବିଜେପିରୁ ଇସ୍ତଫା ଦେଇଥିଲେ. ମାତ୍ର ଏବେ ପୁଣି ସେ ବିଜେପିରୁ ଟିକଟ ପାଇ ବିଜେପୁର ବିଧାନସଭା ଆସନ ପାଇଁ ନବୀନଙ୍କୁ ଟକ୍କର ଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି. ପ୍ରଥମଥର ପାଇଁ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି. ହିଞ୍ଜିଳି ବ୍ୟତୀତ ବିଜେପୁର ଆସନ ପାଇଁ ମଧ୍ୟ ନବୀନ ନାମାଙ୍କନ ଦାଖଲ କରିଛନ୍ତି. ବିଜେପୁର ଛଡା ବିଜେପି ଅନ୍ୟ 4ଟି ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି. ଆସାମର ନାଓଗୋଙ୍ଗ ପାଇଁ ରୂପକ ଶର୍ମା, କର୍ଣ୍ଣାଟକର ବେଙ୍ଗାଲୁରୁ ରୁରାଲ ପାଇଁ ଅଶ୍ୱତ ନାରାଇନ, ବେଙ୍ଗାଲୁରୁ ସାଉଥ ପାଇଁ ତେଜସ୍ୱୀ ସୂର୍ଯ୍ୟ ଏଲ.ଏସ ଓ ଉତ୍ତର ପ୍ରଦେଶର ହାଥ୍ରାସ ପାଇଁ ରାଜବୀର ସିଂ ବାଲ୍ମିକୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରାଯାଇଛି.

 

LEAVE A REPLY

Please enter your comment!
Please enter your name here