ରୁଷି କାପୁର ଏବଂ ରଣଧୀର କାପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ମାତ୍ର ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହାର୍ଟଆଟାକ୍ ରେ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇରେ ତାଙ୍କ ବାସଭବନରେ ହାର୍ଟ ଆଟାକ ବାହାରିଥିଲା । ମେଡିକାଲରେ ପହଁଞ୍ଚିଲାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କିଛିଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । କେବଳ ଅଭିନୟ ନୁହେଁ ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ । ୧୯୮୩ରେ ରିଲିଜ୍ ହୋଇଥିବା ‘ଏକ୍ ଜାନ୍ ହୈ ହମ୍‌’ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ୧୯୮୫ ରେ ହିଟ୍ ଫିଲ୍ମ ‘ରାମ ତୈରୀ ଗଙ୍ଗା ମୈଲୀ’ରେ ରାଜୀବଙ୍କୁ ଦେଇଥିଲା ନୂଆ ପରିଚୟ । ‘ଲଭର ବୟ’ ‘ଜବରଦସ୍ତ ଏମିତି ଅନେକ ସୁପରହିଟ୍ ଫିଲ୍ମରେ ରାଜୀବ ନିଜ ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ମୋହିଥିଲେ ।

LEAVE A REPLY

Please enter your comment!
Please enter your name here