ବରିଷ୍ଠ କଂଗ୍ରେସ ନେତା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ଆଜି ରାଜ୍ୟସଭାରେ ବିଦାୟ ଦେବାବେଳେ ଖୁବ୍ ଭାବବିହ୍ବଳ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜାଦଙ୍କୁ ସେ ତାଙ୍କର ଜଣେ ସଚ୍ଚା ବନ୍ଧୁ ଭାବେ ବର୍ଣ୍ଣନା କରିଥିଲେ । ବିଶେଷକରି ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆଜାଦଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ ମୋଦି । ରାଜ୍ୟସଭାରେ ଗୁଲାମ ନବୀଙ୍କ ପାଇଁ ବିଦାୟକାଳୀନ ସମ୍ଭାଷଣ ଦେବାବେଳେ ମୋଦି କହିଥିଲେ, ଆଜାଦଙ୍କୁ ସେ କେବେ ବି ଭୁଲି ପାରିବେ ନାହିଁ । 2005 ରେ ଆଜାଦ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଯୋଗୁ କାଶ୍ମୀରରେ ଫସି ଯାଇଥିବା ଗୁଜୁରାଚୀଙ୍କୁ ଉଦ୍ଧାର କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆସନ୍ତା 15 ତାରିଖରେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ସେଷ ହେଉଛି । ଆଜି ଆଜାଦଙ୍କ ସମେତ ଚାରିଜଣ ସାଂସଦ ନାଜିର ଅହମ୍ମଦ, ମହମ୍ମଦ ଫାୟାଜ ଓ ସମସେର ସିଂ ମାନହସଙ୍କୁ ରାଜ୍ୟସଭାରେ ବିଦାୟ ଦିଆଯାଇଥିଲା । ବିଦାୟ କାଳୀନ ସମ୍ଭାଷଣର ଉତ୍ତରରେ ଆଜାଦ କହିଥିଲେ, ସେ ହିନ୍ଦୁସ୍ତାନୀ ମୁସଲିମ ଭାବେ ଖୁବ୍ ଗର୍ବ ଅନୁଭବ କରନ୍ତି ।

LEAVE A REPLY

Please enter your comment!
Please enter your name here