ରିଲିଜ ହୋଇଛି ଥ୍ରୀଲର ଡ୍ରାମା ଫିଲ୍ମ ‘ଅନ୍ଧାଧୂନ’ର ଟାଇଟଲ ଟ୍ରାକ । ଏହି ଟାଇଟଲ ଟ୍ରାକକୁ ଗାଇଛନ୍ତି ଗାୟକ ଓ ର୍ୟାପର ରଫତାର ।  ଟାଇଟଲ ଟ୍ରାକରେ ଆୟୁଷ୍ମାନ ପିଆନୋ ବଜାଉଥିବାର ଦେଖିବାକୁ ମିଳିଛି । ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ରାଧିକା ଆପ୍ଟେ ଓ ତବୁଙ୍କୁ ଦେଖିବାକୁ ପାଇବେ ଦର୍ଶକ । କିଛି ଦିନ ତଳେ ରିଲିଜ ହୋଇଥିବା ‘ଅନ୍ଧାଧୂନ’ ଟ୍ରେଲରକୁ ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ । ତେବେ ଫିଲ୍ମଟି ଅକ୍ଟୋବର ୫ରେ ପରଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here