ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାଟସଆପ ଆଣିଛି ୩ଟି ନୂଆ ଫିଚର । ଏଗୁଡିକ ହେଲା ପୋଲସ, ମେସେଜ୍ ୟୋରସେଲଫ ଓ ଫରୱାର୍ଡ ୱିଥ୍ କ୍ୟାପସନ । ପୋଲିସ ଅପସନ ଗ୍ରୁପ୍ ଚାଟ କ୍ଷେତ୍ରରେ ଉପଲବ୍ଧ ହେବ । ଏହି ଫିଚରରେ ଆପଣ ପ୍ରଶ୍ନ ପଚାରିପାରିବେ । ଉତ୍ତର ରଖିବା ଲାଗି ୧୨ଟି ଅପ୍ସନ ମିଳିବ । କିଏ କଣ ପାଇଁ ଭୋଟ ଦେଇଛନ୍ତି ତାହା ଏଥିରୁ ଜାଣିହେବ । ସେହିପରି ମେସେଜ ୟୋରସେଲଫରେ ନିଜସ୍ୱ ତଥ୍ୟ ସଂରକ୍ଷିତ ରଖିହେବ । ଏହା ସାହାର୍ଯ୍ୟରେ ଆପଣ ଫଟୋ , ନୋଟ୍ , ମେସେଜ ଓ ଅନ୍ୟ ତଥ୍ୟ ନିଜକୁ ପଠାଇପାରିବେ । ପରେ ଏହାକୁ ବ୍ୟବହାର କରିପାରିବେ । ଫରୱାର୍ଡ ୱିଥ୍ କ୍ୟାପସନ ରେ ପୂର୍ବରୁ ଫଟୋ ମେସେଜ୍ ପଠାଇଲେ ଏଥିରେ କ୍ୟାପସନ ଆପେ ଆପେ ପଳାଉଥିଲା ମାତ୍ର ଫରୱାର୍ଡ ୱିଥ୍ କ୍ୟାପସନ ଫିଚର ଏହାର ସମାଧାନ କରିଛି । ଆପଣ ଫଟୋ ସହିତ ଏଥିରେ ଥିବା କ୍ୟାପସନକୁ ମଧ୍ୟ ଫରୱାର୍ଡ କରିପାରିବେ ।

LEAVE A REPLY

Please enter your comment!
Please enter your name here