କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ ଓିମକ୍ରନ । ଦକ୍ଷିଣ ଆଫ୍ରିକାରେ ଗୋଟିଏ ଦିନରେ ୨୬,୯୦୦ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ମାମଲା ବଢୁଥିବାରୁ ଅନ୍ୟ ଦେଶପାଇଁ ଚିନ୍ତାର କାରଣ ହୋଇଛି । ଆମେରିକାରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି । ଆମେରିକାରେ ପ୍ରତ୍ୟେକ ଦିନ ସଙ୍କ୍ରମିତଙ୍କ ସଂଖ୍ୟା ୨ ଗୁଣା ବୃଦ୍ଧି ପାଉଛି । ଗୋଟିଏ ଦିନରେ ୮୮ ହଜାର ୩୭୬ ନୂଆ ମାମଲା ଚିହ୍ନଟ ହୋଇଛି ବ୍ରିଟେନରେ । ମୃତ୍ୟୁ ମଧ୍ୟ ବଢିବାରେ ଲାଗିଛି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁବାକୁ ଯାଉଛି । ଗୁରୁବାର ସୁଦ୍ଧା ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହୋଇସାରିଲାଣି । ଭାରତର ୧୧ ରାଜ୍ୟରେ ପ୍ରବେଶ କରିସାରିଲାଣି କରୋନାର ନୂଆ ଭାରିଆଣ୍ଟ । ସେହିପରି ମହାରାଷ୍ଟ୍ର ପଛକୁ ଅଛି ରାଜସ୍ଥାନ । ରାଜସ୍ଥାନରେ ୧୭ଟି ଓମିକ୍ରନ ମାମଲା ଠାବ ହୋଇଛି । ଦିଲ୍ଲୀରେ ୧୦, କେରଳରେ ୫, ଗୁଜରାଟରେ ୫, କର୍ଣ୍ଣାଟକ ୮, ତେଲେଙ୍ଗାନା ୬ ଏବଂ ପଶ୍ଚିମବଙ୍ଗ ୧, ତାମିଲନାଡୁ ୧, ଆନ୍ଧ୍ରପ୍ରଦେଶ ୧ ଏବଂ ଚଣ୍ଡିଗଡରେ ଗୋଟିଏ କରୋନା ମାମଲା ଠାବ ହୋଇଛି ।

LEAVE A REPLY

Please enter your comment!
Please enter your name here