ଦିନକୁ ଦିନ ହ୍ୱାଟସ ଆପରେ ନୂଆ ନୂଆ ଫିଚର ଯୋଡି ହେଉଛି. ବ୍ୟବହାରକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ଫିଚର ଉପଲବ୍ଧ ହେଉଛି. ଏହି ପରିପ୍ରେକ୍ଷୀରେ ଏବେ ଆଉ ଏକ ନୂଆ ଫିଚର ଆସିଛି. ଯାହାର ନାଁ ରହିଛି ଗ୍ରୁପ ଇନଭିଟେସନ ଫିଚର. ଏବେ ଆପଣଙ୍କ ବିନା ଅନୁମତିରେ କିଏ ବି ଆପଣଙ୍କୁ ହ୍ୱାଟସ ଆପ୍ ଗ୍ରୁପରେ ସାମିଲ କରିପାରିବେ ନାହିଁ. WABetaInfo ରିପୋର୍ଟ ଅନୁସାରେ, ଏବେ ହ୍ୱାଟସ ଆପ୍ ଗ୍ରୁପରେ ସାମିଲ ହେଲେ ପ୍ରଥମେ ଜଣଙ୍କ ଅନୁମତି ନେବାକୁ ହେବ. ତେବେ ଯାଇ ସେ ଗ୍ରୁପରେ ସାମିଲ ହୋଇପାରିବେ. ନହେଲେ ବିନା ଅନୁମତିରେ ଏବେ କାହାକୁ ଗ୍ରୁପରେ ସାମିଲ କରିହେବ ନାହିଁ. ମିଳିଥିବା ସୂଚନା ଅନୁସାରେ, ଏହି ଫିଚର ବର୍ତ୍ତମାନ ଡେଭେଲଅପମେଣ୍ଟ ଷ୍ଟେଜରେ ଅଛି.