ରାଜ୍ୟରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଓଡ଼ିଶାର ୨୯ଟି ଜିଲ୍ଲାରୁ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୯୪୮ ଓ ଲୋକାଲ୍ କେସ୍ ୫୮୦ଜଣ ଚିହ୍ନଟ ହୋଇଛନ୍ତି । ସବୁଦିନ ପରି ଆଜି ବି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବୋଚ୍ଚରେ ରହିଛି । ଗଞ୍ଜାମରେ ୨୩୩, ଢ଼ୋଙ୍କାନାଳରୁ ୧୦୭,ଖୋର୍ଦ୍ଧାରୁ ୨୧୮,ସମ୍ବଲପୁରରୁ୧୬୮,ସୁନ୍ଦରଗଡରୁ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୪୩,ବରଗଡ଼ରୁ୧୦,ଭଦ୍ରକରୁ ୭୦,ବଲାଙ୍ଗିରରୁ ୫୯,କଟକରୁ ୭୨,ଗଜପତିରୁ ୩୧,ଯାଜପୁରରୁ ୩୩, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରାପୁଟରୁ ୬୭,ନବରଙ୍ଗପୁରରୁ ୨୩,ନୟାଗଡ଼ରୁ ୩୨,ମୟୁରଭଞ୍ଜରୁ ୨୨,ରାୟଗଡ଼ାରୁ-୨୭,ପୁରୀରୁ ୨୬,ଅନୁଗୁଳରୁ ୮,ସୋନପୁରରୁ-୫,ନୁଆପଡ଼ାରୁ- ୨,କେନ୍ଦୁଝରରୁ-୫,ଝରସୁଗୁଡ଼ାରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୩୪ରେ ପହଁଚିଲା ବେଳେ ୩୧୭୮୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୬, ଖୋର୍ଦ୍ଧାରୁ ୩, ଓ ନୟାଗଡରୁ ୩ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ସୁନ୍ଦରଗଡ , ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।

LEAVE A REPLY

Please enter your comment!
Please enter your name here