କିଏ ହେବ ୨୦୨୨ର ଶ୍ରେଷ୍ଠ ଓଡିଆଣୀ । ରାତି ବଢୁଥିଲା ପ୍ରତିଯୋଗୀଙ୍କ ମନରେ ଉତ୍କଣ୍ଠା ରହିଥିଲା । ଓଡିଆ ଉତ୍ସବର ଏହି କାର୍ଯ୍ୟକ୍ରମକୁ ଖ୍ୟାତନାମା ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିବା ପରେ ଆରମ୍ଭ ହୋଇଥିଲା ଶ୍ରେଷ୍ଠ ଓଡିଆଣୀ ଘୋଷଣାର ପର୍ବ । ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟକ୍ଷା ଅରୁଣା ମହାନ୍ତି ଘୋଷଣା କରିଥିଲେ ଶ୍ରେଷ୍ଠ ଓଡିଆଣୀଙ୍କ ନାଁ । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଚଳିତବର୍ଷର ଶ୍ରେଷ୍ଠ ଓଡିଆଣୀ ହୋଇଥିଲେ ଶ୍ରୀମତୀ ବେବିରାଣୀ ଦାସ । ୨୦୧୧ର ଶ୍ରେଷ୍ଠ ଓଡିଆଣୀ ରଶ୍ମୀ ସାହୁ ତାରକସୀର ବୋଇତ, ପୁଷ୍ପ ଗୁଚ୍ଛ, ଖଣ୍ଡୁଆ ଶାଢୀ ପ୍ରଦାନ କରି ୨୦୨୨ର ଶେଷ୍ଠ ଓଡିଆଣୀ ବେବୀରାଣୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁର ସହ ଶ୍ରେଷ୍ଠ ଓଡିଆଣୀଙ୍କ ନାଁ ଘୋଷଣା କରିଥିଲେ । ଚଳିତବର୍ଷର ସହ ଶ୍ରେଷ୍ଠ ଓଡିଆଣୀ ରୀନା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ୨୦୨୧ର ସହ ଶ୍ରେଷ୍ଠ ଓଡିଆଣୀ ବିଦୁଲତା ସ୍ୱାଇଁ । ପରିବର୍ତ୍ତନ ହେଉଥିବା ସମାଜରେ ପ୍ରଥା ଏବଂ ପରମ୍ପରାକୁ ଏବେ ବି ମନେ ରଖିଛନ୍ତି ଅନେକ ଓଡିଆଣୀ ବୋହୂ । ସେଥିପାଇଁ ତ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡିଆଣୀଙ୍କୁ ସୁଯୋଗ ଦେଇଥିଲା ସମ୍ଭାବନା । ସମ୍ଭାବନାର ଏ ନିଆରା ପ୍ରୟାସରେ ସାମିଲ ହୋଇଥିଲେ ଅନେକ ଓଡିଆଣି । ଝୋଟି , ପିଠା, ଶଙ୍ଖଫୁଙ୍କା, ଢଗଢମାଳି, ପାରମ୍ପରିକ ସଙ୍ଗୀତ, ପାନ ଭଙ୍ଗା , ମୁରୁଜ , ହୁଳହୁଳି , ଓଡିଆ ଭାଷା ଗ୍ୟାନ , ଓଡିଆଣୀ ବେଶଭୂଷା ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରଥମ ୩ ସ୍ଥାନରେ ଥିବା ୨୪ ଜଣ କୃତୀ ଓଡିଆଣୀଙ୍କୁ ମଧ୍ୟ ସ୍ମାରକୀ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here