କୁଆଡେ ଗଲା କଟା ମୁଣ୍ଡ । କଟା ମୁଣ୍ଡକୁ ଖୋଜି ଖୋଜି ନୟାନ୍ତ ଚନ୍ଦକା ପୋଲିସ । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କଟାମୁଣ୍ଡର ଟେର ପାଇପାରୁନି ପୋଲିସ । ଗତକାଲି ଭୁବନେଶ୍ୱର ଚନ୍ଦକା ଭରତପୁର ରାସ୍ତାକଡରୁ ମୁଣ୍ଡ ବିହୀନ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । କଟାମୁଣ୍ଡ ମିଳୁନଥିବାରୁ ମୃତ ମହିଳାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନି । କେବଳ ମହିଳାଙ୍କ ହାତରେ ଲେଖା ହୋଇଛି ଓମ୍ । ସନ୍ଧାନୀ କୁକୁର ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଆଖ ପାଖ ଅଞ୍ଚଳରେ କଟାମୁଣ୍ଡକୁ ଖୋଜୁଛି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରୁ ଏକ ଛୁରୀ. ଚାରୋଟି ଗ୍ଲୋବ୍ସ, ମଦ ବୋତଲ ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here