ଶିଳ୍ପାନୁଷ୍ଠାନ ଉପରେ କଡ଼ା ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଜମି ଯୋଗାଉଛନ୍ତି, ହେଲେ କମ୍ପାନୀ ଦେବାଳିଆ ହେଲେ ଜମି ଆଉ ସରକାରଙ୍କୁ ଫେରୁନାହାନ୍ତି, କେତେ ଜମି ଓଡ଼ିଶାରେ ଏମିତି ଅଛି ବୋଲି ବିଧାୟକ ଚକ୍ରମଣି ମନ୍ତ୍ରୀଙ୍କୁ ପଚାରିଥିଲେ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ , ରାଜ୍ୟର ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ସରକାର। ଜମି ନେଇ ଶିଳ୍ପ କରୁ ନ ଥିବାରୁ ରାଜ୍ୟସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ୭ଟି ଶିଳ୍ପାନୁଷ୍ଠାନ ଜମି ଆବଣ୍ଟନ ରଦ୍ଦ ହୋଇଛି, ୫ଟି ମାମଲା କୋର୍ଟରେ ବିଚାରାଧୀନ ରହିଥିବାବେଳେ ବନ୍ଦ ଥିବା ୯୧୪ ସଂସ୍ଥାରୁ ଇଡ୍‌କୋ ନିୟମ ଅନୁଯାୟୀ ୬୬୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ଓ ସେଥିମଧ୍ୟରୁ ୨୬୭ଟି ଶିଳ୍ପ ସଂସ୍ଥାର ଜମି ଆବଣ୍ଟନ ରଦ୍ଦ କରାଯାଇଛି।ଆବଣ୍ଟନ ରଦ୍ଦ ମଧ୍ୟରୁ ୮୧ଟି ଶିଳ୍ପ ସଂସ୍ଥା ବିରୋଧରେ ଇୟୁଓ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here