ରାତି ପାହିଲେ ନୂଆବର୍ଷ । 2022କୁ ବିଦାୟ ଦେଇ 2023କୁ ସ୍ବାଗତ କରିବେ ବିଶ୍ବବାସୀ । ଜିରୋ ନାଇଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତେବେ ନୂଆବର୍ଷ ଆରମ୍ଭ ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଅନେକଙ୍କ ମନରେ ଅଭିଳାଷ ଥାଏ । ପ୍ରତବିର୍ଷ ଭଳି ଏଥର ବି ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବ । ଏହାକୁ ଦୃଷ୍ଟିରେ ରଖି ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷ ଲକ୍ଷ ଭକ୍ତ ଯେପରି ଶ୍ରୀଜୀଉଙ୍କ ଦର୍ଶନ ଶୃଙ୍ଖଳିତ ଭାବେ କରିପାରିବେ, ସେଥିପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ବାରିକେଡକୁ ମାର୍କେଟ ଛର ଯାଏଁ ବୃଦ୍ଧି କରାଯାଇଥିବା ବେଳେ ବଡଦାଣ୍ଡରେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନିଆଯାଇଛି । ସେହିପରି ସତୁରୀରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ବଡଦାଣ୍ଡରେ ଶୃଙ୍ଖଳିତ ସୁରକ୍ଷା ବ୍ୟବସ୍ଥା ପାଇଁ 11 ଜଣ ଅତିରିକ୍ତ ଏସପି, 24 ଜଣ ଡିଏସପି ପାହ୍ୟା ଅଧିକାରୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here