ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲାରେ ବୟଫ୍ରେଣ୍ଡ ଆଫତାବର ଆଉ ଏକ ଖୁଲାସା । ଅଭିଯୁକ୍ତ ଜଲ୍ଲାଦ ବୟଫ୍ରେଣ୍ଡ ପୋଲିସ ସାମ୍ନାରେ ଆଉ ଏକ ସତ ଓଗାଳିଛି । ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ପୁରା ରୁମକୁ ସଫା କରିଥିଲା ସେ । ଏମିତିକି ରୁମରେ ଥିବା ଶ୍ରଦ୍ଧାଙ୍କର ୩ଟି ଫଟୋ ଫ୍ରେମକୁ ଜାଳି ଦେଇଥିଲା ଅଫତାବ । ଉତ୍ତରାଖଣ୍ଡରେ ଉଠାଇଥିବା ଫଟୋ ଏବଂ ୨୦୨୦ରେ ଅଫତାବ ସହ ମୁମ୍ବାଇ ଗେଟୱେ ଅଫ ଇଣ୍ଡିଆରେ ଉଠାଇଥିବା ଫଟୋ ଫ୍ରେମ ରହିଥିଲା । ଶ୍ରଦ୍ଧାଙ୍କ ସହିତ ଜଡିତ ପ୍ରତ୍ୟକ ପ୍ରମାଣକୁ ନଷ୍ଟ କରିବାକୁ ଚାହୁଁଥିଲା ଅଫତାବ । ମେ ୨୩ରେ ଶ୍ରଦ୍ଧା ବ୍ୟବହାର କରୁଥିବା ସବୁ ଆସବାବପତ୍ରକୁ ଏକ ବ୍ୟାଗରେ ଭର୍ତ୍ତି କରିଥିଲା ଅଫତାବ । ଯେଉଁ ବ୍ୟାଗ ଏବେ ପୋଲିସ ହାତରେ ଲାଗିଛି । ଏବଂ ସେଥିରେ ଶ୍ରଦ୍ଧାଙ୍କ ଡ୍ରେସ ସହ ଜୋତା ମିଳିଛି ।