ସୁନା ଦରରେ ନିଆଁ । ୭ ବର୍ଷର ରେକର୍ଡ ଭାଙ୍ଗିଲା ସୁନା ଦର । ଭାରତରେ ପ୍ରତି ୧୦ଗ୍ରାମ ସୁନା ଦର ୪୪ ହଜାର ଟଙ୍କା ଟପିଛି । ଜାନୁଆରୀ ମାସରେ ସୁନା ଦର ରେକର୍ଡ ସ୍ତରରେ ପହଁଞ୍ଚିଥିବାବେଳେ ପୁଣି ହ୍ରାସ ପାଇଥିଲା । ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସଙ୍କଟ ଉପୁଜିଥିଲା । ଫଳରେ ଷ୍ଟକ୍ ବଜାର ପ୍ରଭାବିତ ହୋଇଥିଲା । ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୪ ହଜାର ୬ ଶହ ଟଙ୍କାରେ ବିକ୍ରି ହେଉଛି । ଚୀନରେ କରୋନା ଭାଇରସକୁ ନେଇ ସୁନା ମାର୍କେଟରେ ଏଭଳି ବୃଦ୍ଧି ହେଉଥିବା କୁହାଯାଉଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟର ଦୁଇ ଦଶମିକ ୫ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ରୂପା ଦର ମଧ୍ୟ ବଢିବାରେ ଲାଗିଛି। ରୂପା ଦର କିଲୋ ପିଛା ୪୮ ହଜାର ପାର କରିଛି । ତେବେ ନିବେଶକଙ୍କ ଅନୁସାରେ ଆଗକୁ ସୁନା ଓ ରୂପା ଦର ଆହୁରୀ ବଢିପାରେ। ଅକ୍ଷୟ ତୃତୀୟା ବେଳକୁ ସୁନା ଦର ୫୦ ହଜାର ଟପିବା ନେଇ ଅନୁମାନ କରାଯାଉଛି। ୭ ବର୍ଷ ମଧ୍ୟରେ ଏହା ସୁନାର ସର୍ବୋଚ୍ଚ ଦାମ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here