ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଲା ଦୁଃଖଦ ଖବର । ଫେମସ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ଏକାଧୀକ ହୃଦଘାତରେ ପଡିବା ପରେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ।
୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ବିଗିଡି ଯିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଥିଲା। ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍ ହୋଇଥିଲା। ଅଭିନୟ କ୍ୟାରିୟର କଥା କହିବାକୁ ଗଲେ ଏଣ୍ଡ୍ରିଲା ଅନେକ ଟିଭି ସିରିଏଲରେ ନିଜର ଅଭିନୟ କରିଛନ୍ତି। ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here