୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି ବାଂଲାଦେଶ କୋର୍ଟ । ଶେଖ ହସିନା ସରକାର ବିରୁଦ୍ଧରେ ୨୦୨୪ରେ ହୋଇଥିବା ବିକ୍ଷୋଭରେ ୬ ଜଣ ବିକ୍ଷୋଭକାରୀଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ କୋର୍ଟ ପୂର୍ବତନ ପୋଲିସ ଅଧିକାରୀ ଓ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ ସୋମବାର ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ଓ ଅନ୍ୟ ୫ ଜଣ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଚାରପତି ଏମଡି ଗୋଲାମ ମର୍ତୁଜା ମଜୁମଦାର ଶୁଣାଣିରେ କହିଛନ୍ତି ଯେ ପୋଲିସ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ଖୋଲା ଗୁଳିଚାଳନା କରିଥିବା ପ୍ରମାଣିତ ହୋଇଛି । ମହମ୍ମଦ ଅର୍ଶଦ ହୋସେନଙ୍କୁ ୪ ବର୍ଷ,କମିଶନର ମହମ୍ମଦ ଇମ୍ରୁଲଙ୍କୁ ୬ ବର୍ଷ, କନଷ୍ଟେବଳ ମହମ୍ମଦ ସୁଜନ ମିଆ, ମହମ୍ମଦ ହୁସେନ୍ ଇମନ ଏବଂ ମହମ୍ମଦ ନସିରୁଲ ଇସଲାମଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏମାନେ ଏବେ ପୋଲିସ ହେପାଜତରେ ରହିଛନ୍ତି । କୋର୍ଟ ୨୬ ଜଣ ସାକ୍ଷୀ ଏବଂ ୨୩ ଟି କର୍ଯ୍ୟଦିବସର ଶୁଶାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।












