ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି । 1978ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ସେତେବେଳେ କରାଯାଇଥିବା ହିସାବ ଅନୁଯାୟୀ 149 କିଲୋ 460 ଗ୍ରାମ ସୁନା ରହିଛି । ତେବେ ତା ପରଠୁ ରତ୍ନଭଣ୍ଡାର ଖୋଲାଯାଇ ନ ଥିବା ବେଳେ ସରକାର ପୁରୁଣା ତଥ୍ୟକୁ ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି । ସରକାରଙ୍କ ଏହି ସତ୍ୟପାଠ ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ପରିମାଣକୁ ନେଇ ସନ୍ଦେହ ସୃଷ୍ଟି କରିଛି । ସରକାର ରତ୍ନଭଣ୍ଡାର ଖୋଲି ଅଳଙ୍କାର ହିସାବ କରିବା ପରିବର୍ତ୍ତେ ପୁରୁଣା ତଥ୍ୟକୁ ଦର୍ଶାଇବା ପଛରେ କାରଣ କଣ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ରତ୍ନଭଣ୍ଡାର ଖୋଲି ସରକାର ଗୃହର ମରାମତି କରିବା କଥା । ମାତ୍ର ରତ୍ନଭଣ୍ଡାର ଚାବି ହଜିଯାଇଛି ବୋଲି ପୂର୍ବରୁ ସଫେଇ ଦେଇଥିବା ସରକାର ରତ୍ନଭଣ୍ଡାର ଖୋଲିବା ଦାବିକୁ ଏଡାଇ ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here