ଗଂଜାମ ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଏକକାଳୀନ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଧରିଛି । ଗଞ୍ଜାମ ଜିଲ୍ଲା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଚମାଖାଣ୍ଡି ଥାନା ଅନ୍ତର୍ଗତ କଣମଣା ଠାରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲସରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସାହୁ ଓ ଖୋର୍ଦ୍ଦା କାଇପଦରର ବିଶ୍ୱଜିତ ବାରିକ ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅପରାଧିଙ୍କ ନିକଟରୁ ଦୁଇଟି ମାଉଜର, ୪ଟି ଅଫୁଟା ଗୁଳି , ଦେଢ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଜବତ କରିଛି ପୋଲିସ । ଗୁଳିବିନିମୟରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସପି. ( ରିପୋର୍ଟ : ମୃତ୍ୟୁଞ୍ଜୟ ସାହୁ )

 

LEAVE A REPLY

Please enter your comment!
Please enter your name here