ମାନସିକ ସ୍ୱାସ୍ଥ୍ୟ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର 10 ତାରିଖକୁ ୱାର୍ଲଡ ମେଣ୍ଟାଲ ହେଲଥ ଡେ ରୂପେ ପାଳନ କରାଯାଉଛି ଏବଂ ଏହାକୁ ନେଇ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି. ‘ବିଶ୍ୱରେ ବଦଳୁଥିବା ପରିଦୃଶ୍ୟରେ ବୟସ୍କ ଓ ମାନସିକ ସ୍ୱାସ୍ଥ୍ୟ’କୁ ଚଳିତ ବର୍ଷର ଥିମ୍ ରଖାଯାଇଛି. ତେବେ ଯେତେବେଳେ ଆମ ମନକୁ କୌଣସି  ପ୍ରଶ୍ନ ଆସେ, ସେ ସବୁର ଉତ୍ତର ପାଇଁ ଆମେ ସାଙ୍ଗେ ସାଙ୍ଗେ ଗୁଗୁଲ ସର୍ଚ୍ଚ କରୁ. ତେବେ   ଗୁଗୁଲରେ ଡାଇବେଟିସ୍, ଥାଇରଏଡ୍ ଓ କ୍ୟାନସର୍ ଭଳି ରୋଗକୁ ଅଧିକ ଥର ସର୍ଚ୍ଚ କରାଯାଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି. କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏ ସବୁ ରୋଗ ଅପେକ୍ଷା ଷ୍ଟ୍ରେସ୍ ଶବ୍ଦକୁ ବେଶିଥର ସର୍ଚ୍ଚ କରାଯାଇଛି. ଏହା ପରେ ହେଲଥ ପ୍ରୋବ୍ଲେମରେ ନିଦର ଅଭାବକୁ ସର୍ଚ୍ଚ କରାଯାଇଛି.

LEAVE A REPLY

Please enter your comment!
Please enter your name here