୨୦୧୯ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ବାଜିବା ହେଉଛି. ସଜବାଜ ହେଉଛନ୍ତି ନେତା. ନିଜ ନିର୍ବାଚନମଣ୍ଡଳୀରେ ପୋଷ୍ଟର ବ୍ୟାନର ଲଗେଇ ନିଜ ଉପସ୍ଥିତି ବି ଜାହିର କରିବା ଆରମ୍ଭ କଲେଣି.ତେବେ ଏଥରକ ନିର୍ବାଚନରେ ନୂଆ ନେତାଙ୍କ ମୁହଁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିବ ବୋଲି ଆଭାସ ମିଳିଲାଣି. ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ଏମିତି ଜଣେ ନେତା ହେଉଛନ୍ତି ସୁବାଶିଷ ପଟନାୟକ. ରାଜନୀତି ପ୍ରତି ରୁଚି ବାବୁ ସୁବାଶିଷଙ୍କର ପେଷା ବଦଳାଇ ଦେଇଛି. ବ୍ୟବସାୟକୁ ବୃତ୍ତି କରିଥିବା ସୁବାଶିଷ ପଟ୍ଟନାୟକ ଏବେ ଆମ ଆଦମୀ ପାର୍ଟିର ଜଣେ ଆଗ ଧାଡିର ନେତା. ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି. ଏବେ ବିଧାୟକ ଥିବା ବିଜେଡିର ବିଜୟ ମହାନ୍ତିଙ୍କୁ ସେ କଟୁ ସମାଲୋଚନା କରିଛନ୍ତି. ନା ବିଧାୟକଙ୍କର ଲୋକସଂପର୍କ ଅଛି, ନା ସେ ଲୋକଙ୍କ ପାଇଁ କିଛି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି. ଦୁଇ ଦୁଇଥର ବିଧାୟକ ହେବା ପରେ ବି ବିଜୟଙ୍କ ସଫଳତା ଶୂନ ବୋଲି ସେ କହିଛନ୍ତି.
ଲୋକଙ୍କ ସୁଖ ଦୁଖରେ ଛିଡା ହେବା ସହ ନିଜ ଅଞ୍ଚଳର ବିକାଶ ପାଇଁ, ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଲୀର ଭୋଟରମାନେ ଜଣେ ଯୋଗ୍ୟ ପ୍ରତିନିଧି ଖୋଜୁଛନ୍ତି.ସହର ସ୍ମାର୍ଟ ସିଟି ହୋଇଗଲେ କଣ ହେବ, ଲୋକ ପ୍ରତିନିଧିଙ୍କ କାର୍ୟ୍ୟଧାରା ବି ସେତିକି ସ୍ମାର୍ଟ ହେବା ଦରକାର.

LEAVE A REPLY

Please enter your comment!
Please enter your name here