ମାଲକାନଗିରି ଜିଲ୍ଲାରେ ଏକ 10 ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇଛି. ମାଲକାନଗିରି ଦୈନିକ ବଜାର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି. ଶନିବାର ବଜାର ନିକଟରେ ସାପଟି ବୁଲୁଥିବା ସମୟରେ ହଠାତ ସାପ ଉପରେ ସ୍ଥାନୀୟ ଲୋକଙ୍କ ନଜର ପଡିଥିଲା ଏବଂ କିଛିକ୍ଷଣ ପାଇଁ ସେମାନେ ଭୟଭୀତ ହୋଇଯାଇଥିଲେ. ପରେ କିଛି ଯୁବକ ମିଶି ସାପଟିକୁ ଉଦ୍ଧାର କରିଥିଲେ. ଉଦ୍ଧାର କରିବା ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here