ଆଜି ରାଜ୍ୟରେ କରୋନାରେ ପୁଣି ୬ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ରୁ ୪ ,ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ମୋଟ କରୋନା ସଂଙ୍କ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି । ସେହିପରି ଆଜି ଗୋଟିଏ ଦିନରେ ନୁଆ ୬୧୬ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ୪୧୫ କ୍ୟାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୦୧ ଲୋକାଲ କେସ୍ ରହିଛି । ତେବେ ଆଜି ମଧ୍ୟ ଗଞ୍ଜାମରେ ସର୍ବାଧିକ ୨୮୩ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୦ଜଣ କୋରାପୁଟରୁ ,୪୦ ଜଣ ନବରଙ୍ଗପୁରରୁ ,୨୯ଜଣ ଖୋର୍ଦ୍ଧା ଓ ୩୧ଜଣ ବରଗଡ଼ରୁ ଚିହ୍ନଟ ହୋଇଛନ୍ତି ।ସେହିପରି ବାଲେଶ୍ୱରରୁ ୨୭ ,କଟକରୁ ୨୩,କେନ୍ଦୁଝରରୁ ୨୩, ଜଗତସିଂହପୁରରୁ ୧୮,ଯାଯପୁରରୁ ୧୭ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ ମାଲକାନଗିରିରୁ ୧୪,ମୟୁରଭଞ୍ଜରୁ ୧୩, ଝାରସୁଗୁଡ଼ାରୁ ୧୧,ଢେଙ୍କାନାଳରୁ ୭,ଅନୂଗୁଳରୁ ୭,ଭଦ୍ରକରୁ ୨,ବଲାଙ୍ଗିର ରୁ ୨, ସୁନ୍ଦରଗଡ଼ରୁ ୫,ନୁଆପଡ଼ାରୁ ୫ ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ।କେନ୍ଦ୍ରାପଡ଼ା,ଗଜପତି ଓ ପୁରୀ ରୁ ଜଣେ ଲେଖାଁଏ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ରେ ମୋଟ କରୋନା ସଂଙ୍କ୍ରମିତଙ୍କ ସଂଖ୍ୟା ୧୩,୭୩୭ ରେ ପହଁଞ୍ଚିଥିବାବେଳେ ୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here