ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା 10 ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ଭୋଟର ତାଲିକା । ଭୋଟର ତାଲିକାରେ ସଂଶୋଧନ ପାଇଁ ଭୋଟରଙ୍କୁ ମିଳିବ 6 ଦିନ ସମୟ । ଅର୍ଥାତ ଫେବୃଆରୀ 11 ରୁ 16 ତାରିଖ ଭିତରେ ଭୋଟରମାନେ ସେମାନଙ୍କ ଆପତ୍ତି, ଅଭିଯୋଗ କରିପାରିବେ । ଯଦି ଭୋଟର ତାଲିକାରେ ଓ୍ୱାର୍ଡ ପରିବର୍ତ୍ତନ ହୋଇଥିବ, ତେବେ ତାହାର ସଂଶୋଧନ କରାଯାଇପାରିବ । କିନ୍ତୁ ନୂଆ ଭୋଟରଙ୍କ ନାଁ ତାଲିକାରେ ସାମିଲ କରାଯାଇପାରିବ ନାହିଁ । ଭୋଟରଙ୍କ ଆପତ୍ତି ଅଭିଯୋଗ ସଂପର୍କରେ 18 ତାରିଖ ସୁଦ୍ଧା ଫଇସଲା କରାଯିବ ଏବଂ 24 ତାରିଖ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । 28 ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ପ୍ରଦାନ କରାଯିବ । ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here