ଲଗାଣ ବର୍ଷା ଯ଼ୋଗୁ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି I ମୁଣ୍ଡଳିରେ ଏବେ 8 ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ସର୍ବାଧିକ 9 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି I ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି ବୋଲି ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି I ମୁଣ୍ଡଳିରେ ବନ୍ୟା ପାଣି ପ୍ରବାହିତ ହେବାର ତିନିଘଣ୍ଟା ପରେ ବନ୍ୟା ଜଳ ତିନୋଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ପହଞ୍ଚିବ I ତେବେ ମହାନଦୀ ଅବବାହିକାରେ ସାତଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି I ସେଥିପାଇଁ ପ୍ରଶାସନ ସଜାଗ ରହିବା ସହ ଖାଲୁଆ ଅଞ୍ଚଳରେ ଥିବା ଲୋକଙ୍କୁ ଆବଶ୍ୟକ ପଡିଲେ ସ୍ଥାନାନ୍ତର କରାଯ଼ିବ ବୋଲି ଏସଆରସି କହିଛନ୍ତି I ସମ୍ଭାବ୍ୟ ବନ୍ଯା ପ୍ରଭାବିତ ଅଞ୍ଚଳରେ 23ଟି ଓଡ୍ରାଫ ଓ 8ଟି ଏନଡିଆରଏଫ ଟିମ୍ ମୁତୟନ କରାଯ଼ାଇଛି I କେନ୍ଦ୍ରାପଡାର ତିନୋଟି ବ୍ଲକ ମାର୍ଶାଘାଇ, ଗରଦପୁର ଓ ମହାକାଳପଡାରେ ସ୍କୁଲ ଛୁଟି କରିଦିଆଯ଼ାଇଛି I

LEAVE A REPLY

Please enter your comment!
Please enter your name here