ପରୀ ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି । ବନ୍ଦ ଲଫାପାରେ ତଦନ୍ତର ଅଗ୍ରଗତି ସଂପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଆସନ୍ତା 24 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ । ଅନ୍ୟପକ୍ଷରେ ପରୀ ଘଟଣାର ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ଆସନ୍ତା 20 ତାରିଖରେ ବିଜେପି ଲିଙ୍ଗରାଜ ମନ୍ଦିର ନିକଟରୁ ପରୀର ଗାଁ ନୟାଗଡ ଯଦୁପୁରକୁ ପଦଯାତ୍ରା କରିବାକୁ ଘୋଷଣା କରିଛି । ପରୀ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ବରଖାସ୍ତ ଦାବି କରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, କେବଳ ପରୀ ନୁହେଁ, ଗତ ଦୁଇବର୍ଷ ଭିତରେ 5503 ଜଣ ଶିଶୁ ନିଖୋଜ ଥିବା ନେଇ ଦଳ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ନିକଟରେ ନୟାଗଡ ରଣପୁର ବ୍ଲକ ବଧିପାଟଣା ଗାଁରୁ ନିଖୋଜ ସ୍ବାତୀର ମୃତଦେହ ପୋଖରୀ ଭିତରୁ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇ ପୋଖରୀ ଭିତରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିପରି ଯାଜପୁର ବିଂଝାରପୁରରେ ଚାରିମାସ ତଳେ ନିଖୋଜ ଶିଶୁକନ୍ୟାର ସନ୍ଧାନ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here