2022-23ରେ ଦେଶରେ 8 ରୁ 8.5 ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ଲୋକସଭାରେ ଉପସ୍ଥାପନ କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ 2021-22 ଉପସ୍ଥାପନ କରିଛନ୍ତି ।

ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର 11.8 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।
କୃଷି କ୍ଷେତ୍ରରେ 3.9 ପ୍ରତିଶତ ଅଭିବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି ।
ସେବା କ୍ଷେତ୍ରରେ 8.2 ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଇଛି ।

ମହାମାରୀ ପାଇଁ ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିଲା । ଗତ ଆର୍ଥିକବର୍ଷରେ 9.2 ପ୍ରତିଶତ ଅଭିବୃଦ୍ଧି ହାର ପାଇଁ ଆକଳନ କରାଯାଇଥିଲେ ହେଁ ମହାମାରୀ ପାଇଁ ସମ୍ଭବ ହୋଇପାରି ନ ଥିଲା ।

ଅର୍ଥନୈତିକ ସର୍ଭେ ରିପୋର୍ଟ ଆସନ୍ତା ବିତ୍ତୀୟ ବର୍ଷ ପାଇଁ ଅଭିବୃଦ୍ଧି ହାର ଆକଳନ କରିଥାଏ । ଏଥିପାଇଁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସି.ଇ.ଏଙ୍କ ନେତୃତ୍ବରେ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here