ଦିନକୁ ଦିନ କାୟା ମେଲାଇଲାଣି କରୋନା ଭାଇରସ । ରାଜ୍ୟରେ ପଜିଟିଭ୍ କେସ୍ ମଧ୍ୟ ବଢିବାକୁ ଲାଗିଲାଣି । କାଲି ୧୭୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ୨୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୦ ହଜାର ୭୨୯ ନମୂନା ପରୀକ୍ଷଣରୁ ୨୧୪ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି । ୨୧୪ରୁ କ୍ୱାରେଣ୍ଟିନରୁ ୧୨୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୮୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ । ସୁନ୍ଦରଗଡ-୨୭, ବଲାଙ୍ଗୀର ଓ କଟକରୁ ୨୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଲେଖାଏଁ ପଜିଟିଭ୍ ଚିହ୍ନଟ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ ।

LEAVE A REPLY

Please enter your comment!
Please enter your name here