ଦେହରେ ଚକାଚକ ସୁଟ୍‌ସାଟ, ଲାଗୁଛି ନିହାତି ଜଣେ ଭଦ୍ର ବ୍ୟକ୍ତି ହୋଇଥିବେ, ହେଲେ ଏ ବାବୁ ଏଠି ଶୋଇଛନ୍ତି କାହିଁକି । ଆଜ୍ଞା ଏସବୁ ନାଲି ପାଣିର କମାଲ । ଏ ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ସ୍ଥାନୀୟ ଅବକାରୀ ବିଭାଗର ଜୈନିକ ଏଏସଆଇ । ବାବୁ ଏତେ ମଦ ପିଇ ଦେଇଛନ୍ତି ଯେ, ସେ ରାସ୍ତାକଡକୁ ପୁରା ନିଜ ବେଡରୁମ୍‌ ଭାବି ଦେଇଛନ୍ତି । ମଝିରେ ମଝିରେ ଉଠି ପଡି ଲୋକଙ୍କୁ କିଛି କହୁଛନ୍ତି ତ ପରେ ପୁଣି ଅଚେତ ଅବସ୍ଥାରେ ପଡି ରହୁଛନ୍ତି । ତାଙ୍କର ଏଭଳି ଆଚରଣକୁ ଦେଖି ଲୋକେ ଭୟଭୀତ ତ ହେଉଛନ୍ତି , ଅସନ୍ତୋଷ ବି ପ୍ରକାଶ କରୁଛନ୍ତି । ବେଆଇନ ନିଶା କାରବାର ରୋକିବା ପାଇଁ ନିଯୁକ୍ତ ସରକାରୀ କର୍ମଚାରୀ ନିଶାସକ୍ତ ହୋଇ ରାସ୍ତା କଡରେ ଗଡୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବେତନଟୀ ଅବକାରୀ ଥାନାର କାର୍ଯ଼୍ୟରତ ଏଏସଆଇ ରବିନାରାୟଣ ରଣା ବେତନଟୀ ଅଞ୍ଚଳରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜ ସାମ୍ନାରେ ମଦପିଇ ପଡିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ବିଭାଗ ଏବଂ ସରକାରଙ୍କ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି । ସେହିପରି ଜଣେ ଦାୟିତ୍ବ ସଂପନ୍ନ ସରକାରୀ କର୍ମଚାରୀଙ୍କ ସର୍ବସାଧାରଣରେ ଏଭଳି ବିଶୃଙ୍ଗଖଳିତ ଆଚରଣ ପ୍ରଦର୍ଶନ ଚର୍ଚ୍ଚାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here