ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍ ଉପରେ ଲାଗିବ ପ୍ରତିବନ୍ଧକ. ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି. କୋର୍ଟ କହିଛନ୍ତି ଯେ, ଏହି ଆପ୍ ପୋନୋଗ୍ରାଫିକୁ ପ୍ରୋତ୍ସାହନ ଦେଉଛି. ସେଥିପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ. ଏହାଛଡା ଏହି ଆପ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିଡିଓକୁ ମଧ୍ୟ ଗଣମାଧ୍ୟମ ପ୍ରସାରଣ ନ କରିବା ପାଇଁ କୋର୍ଟ କହିଛନ୍ତି. ଟିକ୍ ଟିକ୍ ମାଧ୍ୟମରେ ଜଣେ ବ୍ୟବହାରକାରୀ ଏକ ଛୋଟ ଭିଡିଓ ପ୍ରସ୍ତୁତ କରି ଏବଂ ସେଥିରେ ବିଭିନ୍ନ ପ୍ରକାର ଇଫେକ୍ଟ ଦେଇ ତାକୁ ଶେୟାର କରିପାରବେ. ଭାରତରେ ଏହାର ପାଖାପାଖି 54 ମିଲିୟନ ଆକ୍ଟିଭ ବ୍ୟବହାରକାରୀ ରହିଛନ୍ତି. ଏହାକୁ ନେଇ ଟିକ୍ ଟକ୍ ପ୍ରବକ୍ତା କହିଛନ୍ତି ଯେ, କମ୍ପାନୀ ଆଇନ ମାନିବାକୁ ପ୍ରତିଜ୍ଞାବନ୍ଧ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପରେ ଉଚିତ ପଦକ୍ଷେପ ନିଆଯିବ. ତେବେ ଏକ ସୁରକ୍ଷିତ ଓ ସକରାତ୍ମକ ବାତାବରଣ ତିଆରି କରିବା କମ୍ପାନୀର ପ୍ରାଥମିକତା ବୋଲି କମ୍ପାନୀ ପ୍ରବକ୍ତା କହିଛନ୍ତି. କିଛି ମାସ ପୂର୍ବରୁ ଏଆଇଡିଏମକେର ବିଧାୟକ ତାମିଲନାଡୁ ବିଧାନସଭାରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଏହା  ଆମ ସଂସ୍କୃତି ଉପରେ ଖରାପ ପ୍ରଭାବ ପକାଉଛି.

LEAVE A REPLY

Please enter your comment!
Please enter your name here