ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କ ପାଖକୁ ଦଉଡି ଦଉଡି ଶେଷରେ କଣ୍ଟାମାଳ ତହସିଲ ଅଫିସ ଘେରାଉ କରିଛନ୍ତି ୨୫ରୁ ଅଧିକ ଗ୍ରାମବାସୀ । ପ୍ରସ୍ଥାବିତ ଆର୍ ଆଇ ଅଫିସ୍ ଲମ୍ବସେରରୁ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୫ ରୁ ଅଧିକ ଗ୍ରାମବାସୀ କଣ୍ଟାମାଳ ତହସିଲ ଅଫିସ୍ ଘେରାଉ କରିଛନ୍ତି । ଆର ଆଇ ଅଫିସ୍ ପୁନର୍ଗଠନ ପାଇଁ ପ୍ରକାଶ ପାଇବା ସମୟରେ ଲମ୍ବସେର ଅଫିସ୍ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୨୦୨୦ ମସିହା ମାର୍ଚ୍ଚ ମାସରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ଲମ୍ବସର ଆସି ଅଫିସ୍ ପାଇଁ ଜାଗା ଚିହ୍ନଟ କରିଥି ଲେ । ପରବର୍ତୀ ସମୟରେ ରାଜନୈତିକ ଲୋକଙ୍କ ଚାପର ବଶବର୍ତୀ ହୋଇ ଦପଲାରେ ଆର୍ ଆଇ ଅଫିସ୍ ସ୍ଥାପନ ପାଇଁ ଯୋଜନା ଚାଲିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଗଷ୍ଟ ୨ରେ ଉକ୍ତ ଅଫିସ୍ ପାଇଁ ଦପଲାରେ ଭୂମି ପୂଜନ କାଯ୍ୟକ୍ରମ ଥିବା ଜଣାପଡିଛି । ଏହାକୁ ପ୍ରତିବାଦ କରି ଆଜି ଲମ୍ବସର ଅଞ୍ଚଳର ପୁରୁଷ ଓ ମହିଳା ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ କଣ୍ଟାମାଳ ହାଟପଦା ଠାରୁ ବାହାରି ତହସିଲ ଅଫିସ୍ ପହଞ୍ଚି ଜିଲ୍ଲାପାଳଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିକୁ ଜିଲ୍ଲା ପ୍ରଶାସନ ଗ୍ରହଣ କରି ଶୀଘ୍ର ନିଷ୍ପତ୍ତି ନନେଲେ ଆଗାମୀ ଦିନରେ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ରାଜରାସ୍ଥାକୁ ଅବରୋଧ କରିବେ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here