ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବର୍ତ୍ତମାନ ସବୁ ଦଳର ନେତାମାନଙ୍କ ଓଡିଶା ଆସିବାର ସୁଅ ଲାଗିଛି. ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲ ଜାନୁୟାରୀ 31ରେ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ଆପ୍ ର ଆବାହକ ନିଶିକାନ୍ତ ମହାପାତ୍ର. 31ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅରବିନ୍ଦ ପିଏମଜି ଛକରେ ଏକ ସାଧାରଣ ସଭାରେ ଯୋଗ ଦେବେ. ପରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇ ସନ୍ଧ୍ୟାରେ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି.

 

LEAVE A REPLY

Please enter your comment!
Please enter your name here