ଭାରତୀୟ ରେଳ ବିଭାଗ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏଭଳି ଏକ ସୁବିଧା ଉପଲବ୍ଧ କରିବାକୁ ଯାଉଛି, ଯେଉଁଥିରେ ଯାତ୍ରୀମାନଙ୍କୁ ଉଡାଜାହାଜରେ ମିଳୁଥିବା ସୁବିଧା ଭଳି ସବୁ ସୁବିଧା ମିଳିବ.ଏଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବା ନାହିଁ. ଏଥିରେ ଯାତ୍ରୀମାନଙ୍କ ଖୁସି ପାଇଁ ବିଶେଷ ପ୍ରକାରର ସୁବିଧା କରାଯିବ. ତେବେ ଏହି ବ୍ୟବସ୍ଥା ପ୍ରଥମେ ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନରେ କରାଯିବ, ଯାହା ଆସନ୍ତା ମାସରୁ ଲାଗୁ ହେବ. ଯାତ୍ରୀମାନେ ଏଥିରେ ଯାତ୍ରା ସମୟରେ ସଂଗୀତ, ଭିଡିଓ ଓ ଫିଲ୍ମର ମଜା ନେଇପାରିବେ.ରେଳ ପ୍ରଶାସନର ସ୍ୱର୍ଣ୍ଣ ପ୍ରୋଜେକ୍ଟରେ  ରାଜଧାନୀ ଓ ଶତାବ୍ଦୀ ଟ୍ରେନର କୋଚ୍ ରେ ଏହାର ପରିବର୍ତ୍ତନ କରାଯିବା ସହ ଅନ୍ୟ ଟ୍ରେନରେ ଏହାର ସଂପୂର୍ଣ୍ଣ କାମ ସରିଯାଇଛି. ରେଳ ବିଭାଗର ଦିଲ୍ଲୀ ଡିଭିଜନ 13ଟି ଶତାବ୍ଦୀ ଓ 8ଟି ରାଜଧାନୀ ଟ୍ରେନକୁ ସଂଚାଳିତ କରୁଛି ଯେଉଁଥିରେ ମନୋରଞ୍ଜନର ସବୁ ସୁବିଧା ଦିଆଯିବା ସହ ୱାଇଫାଇ ହଟସ୍ପଟ୍ ମଧ୍ୟ ଲଗାଯିବ. ହେଲେ ଏଥିରେ ହେବାକୁ ଥିବା ଖର୍ଚ୍ଚ ରେଳ ବିଭାଗ ନିଜେ ବହନ କରିବ ନାହିଁ. ଏହାକୁ ସେ ପ୍ରାଇଭେଟ ଏଜେନ୍ସିକୁ ହସ୍ତାନ୍ତର କରିବ.

LEAVE A REPLY

Please enter your comment!
Please enter your name here