କଟକ-ପାରାଦୀପ ରାସ୍ତାର ତରଜଙ୍ଗା ନିକଟରେ ରବିବାର ସକାଳ ସମୟରେ ଏକ ଦୁର୍ଘଟଣା ଘଟିଛି. ଫଳରେ ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଛି. ତାଙ୍କ ନାଁ ରମାକାନ୍ତ ରାଉତରାୟ ବୋଲି ଜଣାପଡିଛି. ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତରାୟ, ତରଜଙ୍ଗା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା କଡରେ ଠିଆ ହୋଇଥିବା ସମୟରେ ଏକ ବାଇକ ଦୃତ ବେଗରେ ଆସି ରମାକାନ୍ତଙ୍କୁ ପଛପଟୁ ଧକ୍କା ଦେଇଥିଲା. ଫଳରେ ରମାକାନ୍ତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା. ପରେ ପରିବାର ଲୋକେ ଏ ନେଇ ଥାନାରେ ଖବର ଦେଇଥିଲେ ଓ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠେଇଥିଲେ. ମାତ୍ର ସ୍ଥାନୀୟ ଲୋକେ ଏହାକୁ ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ. ଏହାସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ.

LEAVE A REPLY

Please enter your comment!
Please enter your name here