ପ୍ରଚଣ୍ଡ ରୌଦ୍ରତାପରେ ସନ୍ତୁଳି ହେଉଛି ଓଡିଶା । ଜଳୁଛି ସାରା ଓଡିଶା । ଆଜି ସମ୍ବଲପୁର ତାପମାତ୍ରା 45 ଡେଇଁଥିବା ବେଳେ ଭୁବନେଶ୍ବର ତାପମାତ୍ରା 43 ଅତିକ୍ରମ କରିଛି । ଆଜି ଭୁବନେଶ୍ବର ତାପମାତ୍ରା 43.8 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର 45.3 ଡିଗ୍ରୀ ସେଲସିୟସ ରହିଛି । ଆସନ୍ତା 16 ତାରିଖ ଯାଏଁ ତାତି ଏମିତି ବଢିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ସେଥିପାଇଁ 15 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷୁ ଅରେଞ୍ଜ ଓ୍ବାଣିଂ ଜାରି କରାଯାଇଛି । ସେହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସମ୍ବଲପୁର, ବରଗଡ, ଝାରସୁଗୁଡା, ଦେବଗଡ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କେନ୍ଦୁଝର, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ । ଉପକୂଳ ଜିଲ୍ଲାଗୁଡିକରେ ତାତି ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି ।

LEAVE A REPLY

Please enter your comment!
Please enter your name here