ଅସୁସ୍ଥ ହୋଇପଡିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଦଳ ପକ୍ଷରୁ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ହଠାତ ଅସୁସ୍ଥ ହୋଇପଡିଲେ ନରସିଂହ ମିଶ୍ର । ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆସି କଂଗ୍ରେସ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ଜିପ୍ ଉପରେ ଛିଡା ହୋଇ ଭାଷଣ ଦେଉଥିବା ସମୟରେ ନରସିଂହ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଛି । ତେବେ ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ତରଫରୁ ସଭା ସମିତିର ଆୟୋଜନ କରାଯାଇଥିଲା । ଏବଂ ଏକ ତ୍ରୀରଙ୍ଗା ଯାତ୍ରା କଂଗ୍ରେସ ଭବନରୁ ସିବିଆଇ ଅଫିସ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିଲେ ।

LEAVE A REPLY

Please enter your comment!
Please enter your name here